
• ଡାକୁଛି ଆରତୀ ପଡ଼ିଛି ବିପଦ
• ଡାକ ଶୁଣତ ମଣିମା ହେ , ଡକା ବାଜୁଛି ମହିଁମା ହେ ।।
•
• ଡରଲାଗେ ଦେଖି ଦୁନିଆଁ ନୀତି
• ଡରିଯାଉଛ କି ମୋ ଦୁଃଖ ଦେଖି ,
• ଡେରିଥାଅ କର୍ଣ୍ଣ ଦୁଃଖୀ ଡାକକୁ
• ମୋ ଡାକ କି ଶୁଭେ ନାହିଁ ତୁମକୁ ,
• ଡାକି ଡାକି ପ୍ରଭୁ ଥକିତ ଗଲିଣି
• ନଶୁଣୁଛ କିଆଁ ଜମା ହେ , ଡକା ବାଜୁଛି ମହିଁମା ହେ ।।
•
• ଡୁବି ଡୁବି ଯାଏ ଜୀବନ ସୂର୍ଯ୍ୟ
• ଡୋରିବାନ୍ଧି ନେବ କାଳ ନିଧାର୍ଯ୍ୟ ,
• ଡେରିକଲେ ମୋର ନରକେ ବାସ
• ଡେରି କରନାହିଁ ହେ ପୀତବାସ ,
• ଡାକ ଦିଏ ଯମ ସରୁଛି ଆୟୁ
• କୃପାନେତ୍ରେ ବାରେ ଅନା ହେ , ଡକା ବାଜୁଛି ମହିଁମା ହେ ।।
•
• ଡଙ୍ଗର ନିବାସୀ ନୀଳମାଧବ
• ଡାକଇ ଅରତେ ଶୁଣ ମୋ ଧବ ,
• ଡାକେ ହେ ବିଚିତ୍ର କର୍ମା ଅଦୂରୁ
• ମୋ ଡାକରେ ପ୍ରଭୁ ନହୁଅ ଗରୁ ,
• ସେପାଇଁ ସଂସାରେ ଉଡାଉଛ ପରା
• ପତିତପାବନ ବାନା ହେ , ଡକା ବାଜୁଛି ମହିଁମା ହେ ।।
