ତମ ହୃଦୟ ର ଅବୁଝା ଭାଷା କୁ
ବୁଝିବାର ଶକ୍ତି କାହିଁ
ତୁମେ ସୁବିସ୍ତୃତ ନୀଳ ପାରାବାର
ମୁଁ ହୀନ ମଲାନଈ l
ତୁମେ ଆରମ୍ଭ ର ଆନନ୍ଦ ଉତ୍ସବ
ମୁଁ ଚିଠିଶେଷ ଇତି
ତୁମେ ଶ୍ରାବଣ ର ଅହରହ ବର୍ଷା
ମୁଁ ମରୁପଥ ତାତି l
ତୁମେ ତ ବୀଣା ର ମିଠା ମିଠା ରାଗ
ମୁଁ ଯେ ବିଳାପୀ ବଂଶୀ
ତୁମ ଲଗନ ରେ ଅମୃତ ପ୍ରହର
ମୁଁ ଜହର ର ଦାସୀ l
ତୁମେ ଇନ୍ଦ୍ରଧନୁ ସପ୍ତରଙ୍ଗ ଭରା
ପ୍ରୀତି ପ୍ରେମ ର ପ୍ରତୀକ
ମୋ ଫଗୁଣ ତ ଦଦରା ଧୂସ ର
ନଷ୍ଟପ୍ରଭ ଫଲ୍ଗୁ ଛାପ l
ତୁମେ ମନ୍ଦିର ର ଶ୍ରଦ୍ଧେୟ ପ୍ରତିମା
ମୁଁ ମୁଖଶାଳା ଘଣ୍ଟି
ତୁମ ଦର୍ଶନାର୍ଥେ ହଜାରେ ବ୍ୟାକୁଳ
ଆଘାତେ ମୋ ଫାଟେ ପିଠି l
ତୁମ ସହର ରେ ଚାନ୍ଦର ଚାନ୍ଦିନୀ
ସବୁ ଋତୁ ସବୁ ମାସ
ମୋ ନିବସନ ତମସାଆଚ୍ଛନ୍ନ
ଉଆଁସ ରଜନୀ ରାସ l
ତଥାପି କାହିଁକି ତମ ରି ମନ କୁ
ମୋ ମନ ଭଲ ପାଏ
ପ୍ରେମ ହେଲେ ହେଲା ନ ହେଲେ ବି ନାହିଁ
ସ୍ନେହ ଅଳ୍ପ ଟିକେ ଚାହେଁ l
ସୌମ୍ୟ ରଞ୍ଜନ ଦାଶ
ବଲାଙ୍ଗୀର
