
ଆକାଶ ପୁଙ୍ଗୁଳା ଢାଳେ ନିଆଁ ହୁଳା
ନିଦାଘ ନିଦାଘ ଭାସେ...
ଦେଖି ଡହ ଡହ ତାତି
ଭାଳେଣି ପଡିଛି ଝାଞ୍ଜି ବରଷୁଛି
ମନରେ ଅଜଣା ଭୀତି...
ଥମିଛି ଝରଣା ସୁର
ନଦ,ନଦୀ ପୁଣି ଉଭେଇ ଗଲେଣି
ସରସୀରେ ନାହିଁ ନୀର...
ବଉଦ କରିଛି ରୋଷ
ତପତକୁ ମାଖୀ ହସେ ବଇଶାଖୀ
ସମୀର ପରଷେ ବିଷ...
ବହେ ଅଣଚାଶ ବାଆ
କ୍ଷଣକରେ ଆସି ଲୁଟିନିଏ ଖୁସି
ଖେଳାଇ ଶୋକର ଛାୟା...
ଲହୁ ଲୁହାଣ ଏ ଦେହ
ଅବିରତେ ଢାଳି ଦେଉଛ ଗୋ ଜାଳି
ଝାଉଁଳା ପାଦପ ମୁହଁ...
ଧରାବାସୀ ହନ୍ତସନ୍ତ
ଜଳାଶୟ ଶେଷ ମନେ ଅବଶୋଷ
କେମିତି ମେଣ୍ଟିବ ଶୋଷ...
ଛାଡି ମାନ ଅଭିମାନ
ଥମିଯାଅ ଥରେ ମିନତି ମୁଁ କରେ
ଦିଅନି ଆଉ କଷଣ...
