
ଭିତରେ ବହୁଛି ଲୁହର ସୁଅ
ଦୁଃଖ ପାଲିଙ୍କିରେ ସୁଖଟା ଝୁଲୁଛି
ହୃଦୟୁ ଥରାଇ ଯନ୍ତ୍ରଣା କୋହ ।।
ସୁନ୍ଦର ଲାଗୁଛି ସୁନା ପ୍ରତିମାଟା
ଅନ୍ତରେ ଦୁର୍ଗନ୍ଧ ନର୍ଦ୍ଦମା ଜଳ
ଶରୀର ବାସୁଛି ବାସ ଅତରରେ
ମନଟା ଦୁର୍ଗନ୍ଧ ସତେ କି ମଳ ।।
ଆଦର କାନ୍ଦୁଛି ଅନାଥ ପରାୟେ
ଘୃଣା ପ୍ରତାପର ସତେଜ ଦେଖି
ମମତା ହଜୁଛି ମାଆର କୋଳରୁ
ଆଧୁନିକତାର ଆସ୍ଵାଦ ଚାଖି ।।
ପ୍ରେମ ପାଉଅଛି ନିର୍ବାସନ ଦଣ୍ଡ
ପ୍ରତାରଣା ସାଜେ ଛଦ୍ମ ପୋଲିସି
ବିଶ୍ୱାସ ଘରଟା ଖୀନ ଭିନ ହୁଏ
ଛଳନା ଭୂକମ୍ପ ଆସେ ଯେ ଧସି ।।
ନ୍ୟାୟ ଅତଡାଟା ଖସି ପଡିଲାଣି
ଅନ୍ୟାୟ ବନ୍ୟାର ପ୍ରଖର ମାଡ଼େ
ମାନବିକତାଟା ବାହୁନି କାନ୍ଦୁଛି
ବିଶ୍ୱାସଘାତକ ଯେବେ କଚାଡ଼େ ।।
ଦେଶପ୍ରେମୀ ଆଜି ଝୁରୁଛି ବୀରଙ୍କ
ସପ୍ତବର୍ଣ୍ଣୀ ସନ୍ତ୍ରାସବାଦୀଙ୍କୁ ପାଇ
ଅସତ ମାର୍ଗଟା ସଙ୍କେତ ଦେଖାଇ
ସମାଜ ଗଢୁଛି ରକତ ପିଇ ।।
ମହତ୍ତ୍ୱ ମର୍ଯ୍ୟାଦା ଭୁଲିଛି ମଣିଷ
ଭଲ କାମ ପାଇଁ ନାହିଁ ସମୟ
କୂପଥରେ ଧାଇଁ ମରି ବଂଚି କହେ
ଦେଖହେ,"ଏଇ ଆମ ପରିଚୟ" ।।
🌳 *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର।*🌳
