
ପୁଣ୍ୟ ଭାରତରେ ଅଧର୍ମୀ ବଣିକ
କରୁଥିଲା ମହାପାପ
ଭୟଭୀତ ହୋଇ ଦେଲା ସେ ଆଦେଶ
ଲିଭାଅ ତିନୋଟି ଦୀପ।। (୧)
ମୋ ଦେଶ ପ୍ରଥମ ବରିଷ୍ଠ ବିପ୍ଲବୀ
ଜୟୀ ହୁଏ ଅରୀ (ମାରୁ)ମାରୁ
ପାଇକ ନେତାଙ୍କ ମେଳିଆ ରାଜାସେ
ଗୁରୁଶ୍ରେଷ୍ଠ ରାଜଗୁରୁ।
ସିଂହପରି ଦମ୍ଭ ସଚ୍ଚା ଭଗତ ସେ
ନାମ ତା ଭଗତ ସିଂହ
ଅଗ୍ନିସମ ଜଳି କାନ୍ଦି ପୋଛୁଥିଲା
ଭାରତ ମାତାର ଲୁହ ।(୩)
ଝଡଝଞ୍ଜା ସହି ସୁଖବାଣ୍ଟିବାକୁ
ମୁଖେ ଧରି ରାମନାମ
ସାହସୀ ଯୋଦ୍ଧା ସେ ରଣହୁଙ୍କାର ତା
ବନ୍ଦେ ବନ୍ଦେ ମାତରଂ।(୪)
ଫେବ୍ରୁଆରୀ ମାସ ଚଉଦ ତାରିଖ
ଘୋଷଣା କଲା ବିଦେଶୀ
ଦ୍ରୋହୀ ଭଗତ ଓ ସୁଖରାମ ସାଥେ
ଜୟୀ ପାଇବେ ଯେ ଫାଶୀ।(୫)
ଜୀବନ ଦେଇ ସେ ସ୍ପନ୍ଦନ ଭରିଲେ
ସ୍ବାଧୀନର ମଧୁ ଦେଇ
ଆଜି ଦିବସରେ ପ୍ରେମ ଦେବା ତାଙ୍କୁ
ରାଷ୍ଟ୍ର ଗୀତି ଗାଇ ଗାଇ ।(୬)
ଏ ଦିନେ ତୁମକୁ ଫାଶୀ ଆଦେଶରେ
ଜଳି ଯାଇଥିଲେ ଜନ
ତପ୍ତ କର ତାଙ୍କୁ ଚେତାଇ ଆତୁରେ
ତେଜିବାକୁ ପରାଧୀନ।(୭)
ହେ ବୀର ଭଗତ, ଜୟୀ, ସୁଖୀରାମ
ନିଅ ହେ ପ୍ରେମ କୁସୁମ
ଅମର ରୁହ ମୋ ଦେଶବାସୀ ପ୍ରାଣେ
ଥିବାଯାଏ ଦେଶପ୍ରେମ।(୮)
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
