
ପଳାଶ ହସିଲା ବେଳେ
ବଉଳ ବାସିଲା ବେଳେ
ଯେବେ ଉଡୁଥିଲା
ଫଗୁ ଅବିରର କେତେ ରଙ୍ଗ
ଫଗୁଣର ଆଗମନେ
ମନ୍ଦ ମନ୍ଦ ବହୁଥିଲା
ମଳୟ ସମୀର
କେତେ ଦିନ ପ୍ରତୀକ୍ଷା ରେ
ଅହରହ ଛଟପଟ ହୋଇ
ବହୁ ବିଳମ୍ବରେ
ତୋତେ ଦିନେ ଭେଟିଥିଲି
ଏକାନ୍ତରେ ତୋରି କୁଟୀରେ ।
ସେଇଦିନ ବୁଝିଥିଲି ପ୍ରେମ ସଂଜ୍ଞା
ପ୍ରକୃତି ଆଉ ପରିସର
ଚାରିଆଖି ମିଶିଯିବା କ୍ଷଣି
ଅବିଶ୍ରାନ୍ତ ଝରିଥିଲା ଲୁହ ଝର ଝର ।
କେଇପଦ ଗୀତ ଆଉ
କିଛି ନୀରବତା
ମିଠା ମିଠା କଥା ସାଥେ
ସୁରିଲା କବିତା ।
ଶଙ୍ଖା ଆଉ ସିନ୍ଦୂରର ହିସାବ ନିକାସ
ସୁନ୍ଦରୀ ତୁ କହିଥିଲୁ ଆଉଥରେ ଆସ
ସାଥେ ଆଣି ବାଣ ଓ ରୋଷଣୀ
ମୋ ହାତ ଧରି ନିଅ
ମୋତେ କରି ରାଣୀ ।
ଥରେ ମାତ୍ର ଦେଖିଥିଲି
ତୋ କୁଆଁରୀ ବେଶ
ତା ପରଠୁ ତୁ ବଦଳି ଗଲୁ
ତୋ ସିଂଥି ସିନ୍ଦୂରରେ
ଆଉକା ଠିକଣା
ମୋ ପାଇଁ ବଡ ଅବଶୋଷ
ଆଉ ମୋ କାହାଣୀ ଶେଷ ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
