
ମଣିଷ ଜୀବନ ଏମିତିକା ପଥ।
ସୁଖ ପଛେ ଥାଇ ଦୁଃଖ ଆସେ ଆଗ।।
ଆଜି ଯା ଜୀବନ ଅତି ସୁଖମୟ।
କାଲି ହୋଇଯାଏ ଅତି ଦୁଃଖମୟ।।
ଏଇ ଦୁନିଆରେ ଯେ ଦୁଃଖି ମଣିଷ
ସେହି ଏକା ଜାଣେ ଦୁଃଖର ରହସ୍ୟ।
ସୁଖି ମଣିଷ କି ଦୁଃଖ ଜାଣିାରେ।
ସତତ ଥାଏ ସେ ଦୁଃଖଠୁଁ ଦୁରରେ।।
ଗଛରୁ ପତର ଯେବେ ଝଡିଯିବ।
ଆଉ କି ତାହାର ଶାଖାକୁ ଫେରିବ।।
ସୂର୍ଯ୍ୟ କି ଉଇଁବ ରାତ୍ରି ଥିବା କାଳେ
କହ୍ଲାର ବିକାଶ କିବା ଦିବା କାଳେ।।
ସୁଖ ଚାଲିଗଲେ ଫେରେନାହିଁ ଆଉ।
ଦୁଃଖରେ ମାନବ ମରେ ଜୀବ ଥାଉ।।
ସୁଖର ସମେୟେ ସୁଖି ଏ ମଣିଷ।
ଦୁଃଖର କାଳରେ ସୁଖିଯାଏ ହସ।।
ସୁଖଦୁଃଖ ସବୁ ମାନିନେଇ ସୁଖ।
ଜୀବନ ପୋତକୁ ନେଇ ଚାଳ ରଥ।।
ଜୟସେନ ପ୍ରଧାନ
ମାଳତେନ୍ତୁଳିଆ, ପୋଲସରା, ଗଞ୍ଜାମ