ଛାଡଖାଇ - ନାରାୟଣ ଚନ୍ଦ୍ର ସେନାପତି

0

ତୁମେ ପରା ଛାଡି ମାଛ ମାଂସ ଅଣ୍ଡା
ସାଜିଥିଲ ବଡପଣ୍ଡା
କରୁଥିଲ ଜପ ତପ ଭଜନ କୀର୍ତ୍ତନ
ଏଇ ପୁଣ୍ୟ କାର୍ତ୍ତିକରେ,
ମାତ୍ର ହାଡଖାଇ ଆଗମନେ
ସାଜିଲ ମାଂସାଶୀ
ସଜାଇଲ ନିଜକୁ ଭଣ୍ଡ ସାରଥି
ଠିକ୍ କାର୍ତ୍ତିକ ପୁନେଇଁର ସଦ୍ୟ ବିଦାୟରେ॥
ତୁମେ ପରା ଛାଡି ହିଂସା, ଦ୍ୱେଶ, ଛନ୍ଦ, କପଟ
ସାଜିଥିଲ ବାପୁ.. .ଧର୍ମରାଜ
କରୁଥିଲ ଶତ୍ରୁକୁ ସାଥି... ଅଧର୍ମକୁ ବି ପ୍ରେମ
ବିବେକ ପ୍ରବଣ ମହାନତା କାର୍ତ୍ତିକରେ
ହେଲେ ମାଡଖାଇ ଆଗମନେ
ସାଜିଲ ନିଷ୍ଠୁର ଘାତକ ଶୂନ୍ୟାତ୍ମା
ପରିଚୟ ଦେଇ ଲାଡେନ୍ କିବା ବୀରାପ୍ପାନ
ଠିକ୍ ସତ୍ଯଯୁଗ ଶାନ୍ତି କାଳର ମୃଦ୍ୟୁ ବିଚ୍ଛେଦରେ॥
ତୁମେ ପରା ଛାଡି ସ୍ୱାର୍ଥ ଶୋଷଣ ବ୍ୟଭିଚାର
ସାଜିଥିଲ ଭରତ, ଚାଚା, ସୁଦାମା
ବିଶ୍ୱପ୍ରେମ ଜାତିପ୍ରୀତି ସ୍ପନ୍ଦନରେ
ମାତ୍ର ଆଜି ବାଡଖାଇର ଆହ୍ୱାନରେ
ସାଜିଲ ସ୍ୱାର୍ଥପର ଅବିବେକୀ ଚରତ୍ରହୀନ
ଆବୋରିଲ ଅସତ୍ୟ ଅଶାନ୍ତି ନିଷ୍ଠୁରତାର ମହଲ
ଏଇ ଦେବ ଦୀପାବଳୀର ଅପରାହ୍ନରେ॥
ତୁମେ ପରା ଛାଡି ପାପ ଅଧର୍ମ
ଜନ୍ମିଥିଲ ଦିବ୍ୟମାନବ
କରିଥିଲ ଆଶା ଭରସା ବିଶ୍ୱାସ
ଗଢିବାକୁ ରାମରାଜ୍ୟ
ଏଇ ପୁଣ୍ୟମୟୀ ଧରାଧାମରେ
ହେଲେ ଆଡଖାଇ ଆଗମନେ
ସାଜୁଛ ରାବଣ କଂସ ଦୁର୍ଯ୍ୟୋଧନ
ଏଇ ସଂସ୍କାର ସଂସ୍କୃତି ପୂର୍ଣ୍ଣ ଭାରତ ଭୂଇଁରେ
ଛାଡିଦିଅ କୁପଥ ବିପଥ
ଧର ପିନ୍ଧ ପୁଣ୍ୟ ତୁଳସୀ
ପାଅ ସଦଜ୍ଞାନ ସଦବୁଦ୍ଧିର ସୁଷମ ପୋଷକ
ସତଚିନ୍ତା  ସଦାଚାର ଧର୍ମଥାଳୀରେ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭୀରା, କେନ୍ଦୁଝର

Post a Comment

0Comments
Post a Comment (0)