ଶରତ ସକାଳ - ଧ୍ରୁବ ଚରଣ ବେହେରା

0

(ରାଗ - ଚୋଖୀ)

ଶରତ ସକାଳ ହେଲା
ରଜନୀ ଧିରେ ଫେରିଲା
ଚାହିଁ ଦେଲେ ଦିନମଣି
ପୂର୍ବ  ଆକାଶେ
ସୁନାର କିରଣ ପାଇ
ଧରଣୀ ହସିଲା ଚେଇଁ
ଚହଟିଲା ଜୁଇ ଜାଇ
ସବୁଜ ଦେଶେ
ବିହଙ୍ଗ ରାଗିଣୀ ଶୁଭିଲା
ଦେବାଳୟ ଶଂଙ୍ଖ ଧ୍ବନି ମନ ମୋହିଲା ।୧।

କାଖରେ କଳସୀ ଧରି
ଚାଲଇ ନୂଆ ନାଗରୀ
ସାଥେ ନଣନ୍ଦ ଚାତୁରୀ
ହରସ ମନେ
ସରିତ କୂଳେ ପହଞ୍ଚି
ତନୁରେ ଜଳକୁ ଛିଞ୍ଚି
ହେଉଥାନ୍ତି ହସା ହସି
ସ୍ନାହନ ରତେ
ଅପୂର୍ବ  ଉପମା  ସମ୍ଭାର
ପାଶେ ଫୁଟି ନୀଳ କଇଁ ଦିଶେ ସୁନ୍ଦର ।୨।

ବହେ ଶୀତଳ ସମୀର
ମନ ଲାଗଇ ଅଧିର
ପତର ପରେ ଶିଶିର
ଉଜ୍ଜ୍ବଳ ଶୋଭା
ଶୁଭୁଥାଏ ହମ୍ବା  ରଡି
ଚାଷୀ ଯାଏ ଖେତ ବାଡ଼ି
ଜୀବନ ଦିଏ ସଜାଡି
ସ୍ଵର୍ଣ୍ଣିମ ଆଭା
ତପନ ଚାଲଇ  ସଧିରେ
ଏହି ସେ  ସକାଳ ଶୋଭା ପ୍ରାଣକୁ ହରେ ।।

ଧ୍ରୁବ ଚରଣ ବେହେରା 
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0Comments
Post a Comment (0)