ଏଇତ ଆମ ଜୀବନ - ମିଥୁନ ସାହୁ

0
ଏତେ ବଡ଼ ଏଇ ଦୁନିଆରେ କେହି
ନିଜର ଆମର ନାହିଁ,
ତଥାପି ଆମକୁ ବଞ୍ଚିବାକୁ ହେବ
ଦୁହେଁ ପରସ୍ପର ପାଇଁ,,।।
ଘର ଟିକେ ନାହିଁ ବାସ କରିବାକୁ
ବୁଲୁଛୁ ରାସ୍ତା ଘାଟରେ,
କାହାକୁୁ ଟିକିିଏ ସାହାରା ମାଗିବୁ
କିଏ ଦେବ ସରଧାରେ,,।।
ସ୍ୱାର୍ଥପର ଏଠି ଦୁନିଆ ସାଜିଛି
ଆମ ଦୁଇ ଜଣ ପାଇଁ,
ହାରିନାହୁଁ କିନ୍ତୁ କାହାରି ପାଖରେ
ଦୁଃଖ ଯନ୍ତ୍ରଣାକୁ ସହି,,।।
ବରଷା,କାକର,ଖରା ଆମପାଇଁ
ସବୁକିଛି ତ ସମାନ,
ଚାଲିବାକୁ ପୁଣି ହେବ ବହୁଦୂର
ଏଇତ ଆମ ଜୀବନ,,।।




ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)