ଆହେ ପ୍ରଭୁ ସାଇନାଥ ତୁମେ ଅନ୍ତର୍ଯାମୀ,
ଡ଼ାକିଡ଼ାକି ତଣ୍ଟି ମୋର ଶୁଖି ଯେ ଗଲାଣି।
ଅରକ୍ଷିତଙ୍କର ସାହା ତୁମେ ସାଇନାଥ,
ଶ୍ରୀକ୍ଷେତ୍ରରେ ପୂଜାପାଉଅଛ ଜଗନ୍ନାଥ।
ଏପାପିକୁ ମନାଅଟେ ତୁମ ତୁମ ସିଂହଦ୍ବାର,
ତଥାପି ଭାବୁଛି ନାଥ ତୁମେ ମୋ ନିଜର।
ଫକିରର ବେଶ ଧରି ବୁଲିଲ ଜଗତେ,
ମୁଁ ଅଧମ ଡାକିପାରିନାହିଁ ତିଳେମାତ୍ରେ।
ମର୍ତ୍ତ୍ୟରେ ଲୀଳାକରିଲ ଆହେ ନରହରି,
ଏ ଜୀବନ ଡଙ୍ଗାକୁ ହେ କରିଦିଅ ପାରି।
ଯୁଗେ ଯୁଗେ ଧର୍ମପାଇଁ ନେଇଛ ଜନମ,
ଏ ପୂଣ୍ୟ ଭାରତଭୂଇଁ ହୋଇଗଲା ଧନ୍ୟ।
ଏ ପାପି କାନ୍ଦୁଛି ଦେଖ ତୁମର ଦୁଆରେ,
ରୋଗାକ୍ରାନ୍ତ ଶରୀରକୁ ବୋହି ମୁଁ ନପାରେ।
ଗୋପଲୀଳା କରିଥିଲ ଗୋପୀଜନ ସଙ୍ଗେ,
ଯମୁନା ଘାଟରେ ରାଧା ମାଠିଆକୁ ଭାଙ୍ଗେ।
ସୁଦାମା ସୁବଳ ଥିଲେ ତୁମ ପ୍ରିୟସଖା,
ଲୁଚିଛପି ରାଧିକାଙ୍କୁ କରୁଥିଲ ଦେଖା।
ଯଶୋଦା ମାତାର ତୁମେ ଥିଲ ଗେଲ୍ଲାପୁଅ,
କୃପାକରି ପ୍ରଭୁ ମୋତେ ଶିରିଡିକୁ ନିଅ।
ଶିରିଡି ନଗଲେ ନାହିଁ ନିତି ଝୁରୁଥିବି,
ସାଇରାମ ତୁଣ୍ଡେ ଧରି ସଂସାର ଛାଡିବି।
ସାଇନାଥ ରୂପେ ପ୍ରଭୁ ହେଲ ଆବିର୍ଭାବ,
ବୁଡ଼ିଯାଉଅଛି ଦେଖ ଏ ସନ୍ଥର ନାବ।
ଅଭୟ ପ୍ରଦାନ କଲ ଶିରିଡି ବାସିଙ୍କୁ,
ହୃଦେ ଶକ୍ତି ଦିଅ ନାଥ ଘୋଷିବି ନାମକୁ।
ସକଳ ବୈଭବ ତିଳେ ଦେଇପାର କ୍ଷଣେ,
ମାଗୁନି ଭୋନାଥ ସାଇ କିଛି ମୋ ଜୀବନେ।
ସବୁ ହରାଇଲା ପରେ ମାଗିବି କିପାଇଁ,
ସୁଦାମାକୁ ଦାନଦେଲ ଖୁଦଭଜା ଖାଇ।
ରାମ ଆଉ କୃଷ୍ଣ ରୂପେ ନେଲ ଅବତାର,
ରାବଣ କଂସର ଦୂର ହେଲା ଅତ୍ୟାଚାର।
କଳୀର କରାଳ କାଳେ ଆସିଲ ଭୁପୃଷ୍ଠେ,
ଧର୍ମ ସଂସ୍ଥାପନ କଲ ନିଜେ ରହି କଷ୍ଟେ।
ତୁମ ଶ୍ରୀଦୁଆରୁ କେହି ଖାଲି ଫେରିନାହିଁ,
ମୁଁ ଯାଉଛି ତୁମ ଦ୍ବାର ଅଶ୍ରୁଜଳ ନେଇ।
ସଦ୍ଗୁରୁ ସାଇନାଥ ଦୟା କରିଥିବେ,
କିଛି ମାଗିବିନି ସ୍ବାମୀ ଦରଶନ ଦେବେ।
ଜୟ ଜୟ ସାଇନାଥ
ମାନସ ରଞ୍ଜନ ପଟ୍ଟନାୟକ,
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ
ଶିରିଡି ସାଇବାବାଙ୍କ ବନ୍ଦନା - ମାନସ ରଞ୍ଜନ ପଟ୍ଟନାୟକ
September 01, 2018
0
