ମୋ ଭାଇରେ
ଆମ ଦେଶପରି ମହାନ ଦେଶଟେ
ସାରା ପୃଥିବୀରେ ନାହିଁରେ
ମୋ ଭାଇରେ - - - -
କେତେ ଜାତି ଧର୍ମ ଏକାଠି ଅଛନ୍ତି
ସମାନତା ଅଧିକାର ପାଇଛନ୍ତି
କିଛି ଭେଦଭାବ ନାହିଁରେ
ମୋ ଭାଇରେ - - - - -
ତଥାପି ରହିଛି ଭୁଲ
ନୁଖୁରା ମୁଣ୍ଡକୁ କିଏ ପଚାରୁଛି
ତେଲିଆ ମୁଣ୍ଡରେ ତେଲ
ତଥାପି ରହିଛି ଭୁଲ - - - - - -
ଏସ୍ ସି ଏସ୍ଟି କହି କହି
ନିର୍ଦିଷ୍ଟ କେଇଟା ଜାତିର ଉନ୍ନତି
ଚାଲିଛି ଭୋଟ ପାଇଁ
ଦେଶ ସ୍ବାଧୀନଠୁ ଏତେ ବର୍ଷ ଯାଏ
ଏ ଧାରା ବଦଳି ନାହଁ
ଏସ୍ ସି ଏସ ଟି କହି କହି - - ---
ଯଦିବା ଆମେତ ସଭିଏଁ ଜାଣିଛେ
ପିଲାଟି ଦିନରୁ କାନରେ ଶୁଣିଛେ
ସମ୍ବିଧାନ କଥା ମନରେ ଗୁଣିଛେ
ଏଠି ଭେଦଭାବ କିଛି ନାହିଁରେ
ମୋ ଭାଇରେ - - - - - -
କିଛି ଜାତି ହେଲେ ଗେହ୍ଲା ପୁଅ
ତାଙ୍କୁ ଦେଖିଲେ ଲାଗିବ ଭୟ
ବିନା ତଦନ୍ତରେ ଗୀରଫ ତୁ ହେବୁ
ଆଗୁଆ ବେଏଲ ଯମା ନପାଇବୁ
ହାଜତେ ରହିବୁ
ବିଚାରଫିଚାର ନାହିଁରେ
ମୋ ଭାଇରେ - - - - -
ଦୋଷ ତୁ କରବା ନକର
ଅଭିଯୋଗ ଶୁଣି ମାତର
ତୋତେ ବାନ୍ଧିନବ ପୋଲିସ ମାମୁଟା
ତାର କିଛି ଦୋଷ ନାହିଁ ରେ
ମୋ ଭାଇରେ - - - - -
ସୁପ୍ରିମ କୋଟ କଣ କରିବେ
ସରକାର ତ ବିଇଲ ଆଣିବେ
ସବୁ ଜଳଜଳ ଦିଶିଲେବି ସବୁ
ଭୋଓଟ ପାଇଁକି ବାଇରେ
ମୋ ଭାଇରେ - - - - - -
