ପ୍ରକୃତି - ମାଳତୀ ଧଳ

0
ଗଗନ ବୁକୁରେ ଜହ୍ନ ହସଇ
ପର୍ବତ ବୁକରେ ଝରଣା,
ବସୁଧା ବୁକୁରେ ସବୁଜିମା ହସେ
ପ୍ରେମରେ ନାହିଁ ଛଳନା।
ନୀର ବୁକୁରେ ହସଇ ମୀନ
ପୁଷ୍କରିଣୀ ବୁକୁରେ କଇଁ,
ପଙ୍କ ବୁକୁରେ ଫୁଟେ ପଙ୍କଜ
ଭାବର ଅନ୍ତ ନାହିଁ।
ବୃକ୍ଷ ବୁକୁରେ ଫୁଟଇ ପୁଷ୍ପ
ଶାମୁକା ଗର୍ଭେ ମୋତି
ଆକାଶ ବୁକୁରେ ତାରକା ଫୁଟେ
ମାଡିଆସେ ଦିନରାତି,
ହୃଦୟ ବୁକୁରେ ପ୍ରୀତିର ଜୁଆର
ଆତ୍ମା ବୁକୁରେ ହରି ।
ସମୟ ବୁକୁରେ ଆତ୍ମଜୀବନ
ଛଳନା ବୁକୁରେ ମିଛ,
ସତ୍ୟ ବୁକୁରେ ନ୍ୟାୟ ଧର୍ମ
ପ୍ରେମରେ ନାହିଁ ଅନ୍ତ।


ମାଳତୀ ଧଳ
ବରଡିହ, ଉଦଳା, ମୟୂରଭଞ୍ଜ

Post a Comment

0Comments
Post a Comment (0)