କୁହ ମହାବାହୁ କୁହ - ଘନଶ୍ୟାମ ସାହୁ

0
କୁହ ମହାବାହୁ କୁହ
କେଉଁ ଜନମରେ କି ପାପ କରି ମୁଁ
କେତେଦିନ ଆଉ ସହି ଦୁଃଖଦାଉ
ଝରାଇବି ନେତ୍ରୁ ଲୁହ ।୦।
କେଡ଼େ ଯତନରେ ଗଢିଛ ଶରୀର
କେତେ କେତେ ଅଙ୍ଗ ପ୍ରତିଅଙ୍ଗ ମୋର
କେଉଁ କାମ କେବେ ଅଟକି ଯାଇନି
କରୁଛି ତ ଏଇ ଦେହ । ।୧।
କେତେ ମାୟା ତୁମେ ଲଗାଇଛ ହରି
କିଏ କାର ସ୍ୱାମୀ କିଏ କାର ସ୍ତୀରି
କିଏ ପୁତ୍ର କନ୍ୟା ମିତ୍ର ପୁଣି ଅରି
ସବୁ କିଛି ମାୟା ମୋହ ।।୨।
କେତେ ଦିନ ଆଉ ଏ ମାୟା ସଂସାରେ
କରୁଥିବି କର୍ମ ପଡ଼ି ତମ ଘୋରେ
କଞ୍ଜ ପୟରରେ ରହି ତୁମ ଆଶ୍ରେ
ତୁମ ନାମେ ଥାଉ ଲୟ ।।୩।
କରୁଣା କର ହେ କରୁଣା ସାଗର
କଷଣେ ଅଭାବେ ଚଳେ ମୋ ସଂସାର
କଲବଲ ପ୍ରାଣେ ଦେଇ ଦୟାବାରି
ଏ ଜନମୁଁ ମୁକ୍ତି ଦିଅ ।।୪।


ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର ---- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

Post a Comment

0Comments
Post a Comment (0)