ଚିଠି ଦେଇଅଛି ଶ୍ରୀକ୍ଷେତ୍ରମଣି - ଅନାମ ଚରଣ ସାହୁ

0
ଲୋ ମିତଣୀ
ଚିଠି ଦେଇଅଛି ଶ୍ରୀକ୍ଷେତ୍ର ମଣି।0।
ଭାଇଭଉଣୀଙ୍କୁ ସାଥିରେ ନେଇ
ଘୋଷଯାତ କରେ ଜଗତ ସାଇଁ
ଆଷାଢ଼ ଶୁକ୍ଳର ଦ୍ବିତୀୟା ତିଥି
ଯିବା ପାଇଁ ସିଏ ଲେଖିଛି ଚିଠି
ଦିନ ଯାଏ ମୋର ତିଥିକୁ ଗଣି।୧।
ଟାହିଆ ହଲେଇ ଆସିବ ସେହି
ଭକତ ଦେଖିବ ଆଖି ମେଲାଇ
ଛେରାପହଁରିବେ ରାଜା ଆମର
କାଳିଆକୁ ଦେବେ ଯେତେ ଖବର
ସିଏ ପରା ଆମ ମଉଡ ମଣି।୨।
ଭକତ ଟାଣିବେ ରଥ ତାହାର
ଯିବ ସିଏ ପରା ଜନମ ଘର
ଆଡପ ମଣ୍ଡପେ ହୋଇବ ବିଜେ
ଲୀଲାମୟ ପ୍ରଭୁ ସେହିତ ନିଜେ
ଦେଖିଲେ ତରିବୁ ତ୍ରିଭଙ୍ଗୀ ଠାଣି।୩।

Post a Comment

0Comments
Post a Comment (0)