ଏ କି ତୋର ମାୟା ଲୀଳା - ରମେଶ ଚନ୍ଦ୍ର ମିଶ୍ର

0
ସୁନ୍ଦର ଏଇ ଧରଣୀଟଟି ସତେ
ସୁନ୍ଦର ତୋର ଲୀଳା
ସୁନ୍ଦର ତୋର ସରଜନା ପ୍ରଭୁ
ସୁନ୍ଦର ତୋ ଚକାଡୋଳା । ୦
ରଙ୍ଗର ପସରା ଖୋଲିଦେଇ ପ୍ରଭୁ
ଗଢିଛୁ କାନନେ ଫୁଲ
ରୂପ ବଇଭବ ଅଜାଡି ଦେଇ ତୁ
ନାରୀକୁ କଲୁ ଅମୂଲ
ପୁରୁଷର ଦେହେ ଅଫୁରନ୍ତ ଶକ୍ତି,
ସଂସାର ଜୀବର ମେଳା ।୧
ସୁନ୍ଦର ଏଇ ଧରଣୀଟଟି ସତେ .......

ନୀଳ ଆକାଶର ରୂପେଲି ବଉଦ
ସ୍ବାଦର ଅମୀୟ ଫଳେ
ଶୂକ, ପିକ କଣ୍ଠେ ରାଗ ଭରିଦେଲୁ
ଜୀବନ ଖଞ୍ଜିଲୁ ଜଳେ
କମନୀୟ ତୋର ସୃଷ୍ଟି ଏ ସତେ
ଶୋଭାର ବିରାଟ ମେଳା । ୨
ସୁନ୍ଦର ଏଇ ଧରଣୀଟଟି ସତେ .......

ସବୁ ସଉନ୍ଦର୍ଯ୍ୟ ଭରିଦେଲୁ ପ୍ରଭୁ
ଦୁନିଆର କୋଣେକୋଣେ
ନିଜପାଇଁ କିଆଁ ରହିଲୁ ଉଦାସ
ଭାବୁଛି ଆଜି ମୁଁ ମନେ
ହାତ, ପାଦ, କାନ ହରାଇ ବସିଛୁ
ଏ କି ତୋର ମାୟାଲୀଳା !
ସୁନ୍ଦର ଏଇ ଧରଣୀଟଟି ସତେ .......


ସମ୍ପାଦକ,
ତ୍ରିଧାରା ସାହିତ୍ୟ ସଂସଦ,
ବଇଣ୍ଡା, ଅନୁଗୋଳ-୧୨୭,
ମୋ- ୯୪୩୮୪୮୧୧୩୬

Post a Comment

0Comments
Post a Comment (0)