ଅମୃତ ପରଶ - ଅନାମ ଚରଣ ସାହୁ

0
ମାଆର ଅଙ୍କରେ ଶିଶୁ ଶୋଭାପାଏ
ଯେସନେ ଗଗନେ ଶଶୀ
ମୁଖ ମଣ୍ଡଳରେ ଆଭା ପରକାଶେ
ଅନ୍ଧାର ପଣକୁ ନାଶି ।୦।

ପଣତ କାନିରେ ମାଆ ପୋଛିଥାଏ
ଦେହେ ଲାଗିଥିଲେ ଧୂଳି
ଶିଶୁର ଅଝଟ କରଇ ଆକଟ
ଅମୃତ ପରଶ ବୋଳି
ବକ୍ଷୋଜ ଅମୃତ ରସ ଦେଇ ତୋଷ
କରିଥାଏ ହସି ହସି ।୧।

କେଉଁ ଗୁଣେ ତା'ର ସରି ହେବ ଆନ
ହସିବା ଜଗତେ ସାର
ଅପତ୍ୟ ତାହାର ଅଟେ ଏହି ପିଣ୍ଡ
ଦୁଇଟି ନିଆଁର ଧାର
ସେନେହ ମମତା ଆଉ କିଏ ଦେବ
ତାହାଠାରୁ ବେଶି ବେଶି ।୨।


ଅନାମ ଚରଣ ସାହୁ, ବିଭୁତିପୁର, କାକଟପୁର, ପୁରୀ

Post a Comment

0Comments
Post a Comment (0)