ଏକାନ୍ତ ନିଜର - ଘନଶ୍ୟାମ ସାହୁ

0
ଏକ ମୁହାଁ ହୋଇ ଆସିଛି ମୁଁ ଧାଇଁ
ଦେଖିବାକୁ ନୀଳାଚଳିଆ
ଏକା ଏକା ଯାଇ ପହଞ୍ଚି ଗଲିରେ
ବଡ଼ ଦାଣ୍ଡେ ହେଲି ଠିଆ ।।୦।
ଏକାଗ୍ର ଚିତ୍ତରେ ମନ ଲଗାଇଲି
ଦେଖି ପତିତପାବନ
ଏକପ୍ରକାର ମୁଁ ଭାବବିହ୍ୱଳିତ
ଭାବନାରେ ଚକାନୟନ
ଏକ ଦୃଷ୍ଟି ମୁହିଁ ଊର୍ଦ୍ଧ୍ୱ ବାହୁ ହୋଇ
ଡ଼ାକି ଡ଼ାକି ଗଲି କାଳିଆ ।।୧।
ଏକାଠି ଭକତ ଦେଖି ମୁଁ ଉସତ
ଗରୁଡ଼ ପଛରେ ହେଲି
ଏକ ହୋଇବାକୁ କୁଣ୍ଢେଇ ପକାଇ
ମନକଥା କହିଗଲି
ଏକାଗ୍ର ଚିତ୍ତରେ ଅନାଇଁ ଜଗାରେ
ହେଲି ତୋ ପ୍ରେମେ ବାଇଆ ।।୨।
ଏକ ମନପ୍ରାଣ ହୋଇ ଦରଶନ
ନୟନୁ ନୀର ଝରାଇ
ଏକ ନିଷ୍ଠ ହୋଇ କାଳିଆ ରେ ତୋତେ
ସର୍ବ ସମର୍ପିଲି ମୁହିଁ
ଏକାନ୍ତ ନିଜର ତୋତେ ମୁଁ ଭାବୁଛି
କରିବୁ ତୋ ଇଚ୍ଛା ଯାହା ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ ----- ୭୫୯୧୨୭ ।

Post a Comment

0Comments
Post a Comment (0)