ଐକାନ୍ତିକ ଭକ୍ତି - ଘନଶ୍ୟାମ ସାହୁ

0
ଐଶ୍ୱର୍ଯ୍ଯାନ୍ବିତ ମୁଁ ଭାବୁଛି ନିଜକୁ
କରି ତୁମ ଦରଶନ
ଐନ୍ଦ୍ରଜାଲିକ ହେଲ କି ଠାକୁର
ହରାଇଲି ମୋ ଚେତନ ।।୧।
ଐଶ୍ୱର୍ଯ୍ୟ ତୁମର ଅତି ଚମତ୍କାର
ସୁନ୍ଦର କଳା ଶ୍ରୀମୁଖ
ଐଶିକ ଲୀଳାରେ ହେଲି ବିମୋହିତ
ଭୁଲିଗଲି ସବୁ ଦୁଃଖ ।।୨।
ଐକାନ୍ତିକ ଭକ୍ତି କରିବି କିପରି
ଏ ମାୟା ସଂସାରେ ରହି
ଐହିକ ସଙ୍କଟୁ ଉଦ୍ଧାର କର ହେ
ପାପରାଶି ଯାଉ ଧୋଇ ।।୩।
ଐକ୍ଯଭାବେ ଡ଼ାକ ହେ ଭାଇ ଭଉଣୀ
ସେହି ପ୍ରଭୁ ଦଇତାରୀ
ଐକତାନେ ଗାଇ ଭଜନ ତାଙ୍କର
ଭବସିନ୍ଧୁ ହେବା ପାରି ।।୪।

ଟୀକା---
ଐଶ୍ୱର୍ଯ୍ଯାନ୍ବିତ ---ଭାଗ୍ଯବାନ୍, ଧନଶାଳୀ
ଐଶ୍ୱର୍ଯ୍ୟ ---ମହିମା,
ଐଶିକ-ଈଶ୍ୱର ସମ୍ବନ୍ଧୀୟ
ଐକାନ୍ତିକ -- ପ୍ରଗାଢ,
ଐହିକ-ଇହକାଳ ସମ୍ବନ୍ଧୀୟ

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: - କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର --- ୯୪୩୭୬୬୪୫୩୭,
ପିନ୍ କୋଡ --- ୭୫୯୧୨୭ ।

Post a Comment

0Comments
Post a Comment (0)