ଚିରସ୍ଥାୟୀ ତୁମ ସ୍ମୃତି - ମିଥୁନ ସାହୁ

0
ହୃଦୟେ ତୁମର ଥିଲା ଦେଶଭକ୍ତି
ମହାନ ତୁମ କରମ,
ପୁଣି ଆଉଥରେ ଏ ଧରା ପୃଷ୍ଠରେ
ନିଅ ହେ ତୁମେ ଜନମ,,।।
ତୁମକୁ ଆଜି ଏ ସମଗ୍ର ଭାରତ
ଝୁରନ୍ତି ଜନତା କେତେ,
ମନେ ପଡୁଅଛି ଅତୀତର ସ୍ମୃତି
ଛାଡି ଯାଇଅଛ ଯେତେ,,।।
ଥିଲ ତୁମେ ଜଣେ ଭାରତ ମାତାର
ସୁଯୋଗ୍ୟ ବୀର ସନ୍ତାନ,
ଦେଶସେବା ପାଇଁ ତତ୍ପର ଯେ ଥିଲ
ଦେଇ ମନ ଆଉ ପ୍ରାଣ,,।।
ଲେଖନୀ ମୁନରୁ ଅନେକ ଯେ କାବ୍ୟ
କବିତାକୁ ଲେଖିଅଛ,
ଯୁବା ବୟସରେ ଏ ଦେଶ ପାଇଁକି
କେତେ କଷଣ ସହିଛ,,।।
ତୁମକୁ ହରାଇ ଦେଶର ଜନତା
ଅଶ୍ରୁ ଝରାଉଛି ନିତି,
ଚିରସ୍ଥାୟୀ ହୋଇ ସବୁଦିନ ପାଇଁ
ରହିଥାଉ ତୁମ ସ୍ମୃତି,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)