ତୁ ପରା ମୋର ରଙ୍କରତନ
ମୋ ହୃଦୟ ଗଳାମାଳି
ତୁ ମୋର ସଞ୍ଜ ତୁ ମୋ ସକାଳ
ତୁ ମୋର ଜପାମାଳି ।।
ତୋତେ ନ ଦେଖିଲେ ଘଡ଼ିଏ ଧନରେ
ଅମା ଅନ୍ଧକାର ଘୋଟେ
ପାଖରେ ଥିଲେ ମୋ କିଛି ଲୋଡ଼ା ନାହିଁ
ଭୋକ ଶୋଷ ସବୁ ମେଣ୍ଟେ ।।
ତୁ ମୋ ଜୀବନର ଉଦିତ ଅରୁଣ
ତୁହି ମୋ ରୂପେଲି ଚାନ୍ଦ
ତୁହି ମୋ ସପନ ତୁହି ମୋ ଜୀବନ
ମୋ ହୃଦୟ ମକରନ୍ଦ ।।
ତୁ ମୋ ଜୀବନ ଅବିଛେଦ୍ୟ ଅଙ୍ଗ
ତୋ ବିନା ନାହିଁ ମୋ ଗତି
ତୋ ଖୁସି ପାଈଁକି ଆସୁ ଝଡ଼ ଝଞ୍ଜା
ସହିଯିବି ମଥା ପାତି ।।
ତୁହି ମୋର ଆଶା ତୁହି ମୋ ଭରସା
ତୋ ପାଇଁ ଆଙ୍କେ ସପନ
ନିଶ୍ଚେ ସେ ସପନ କରିବୁ ତୁ ପୂର୍ଣ୍ଣ
ରଖିବୁ ଆମରି ମାନ ।।
ଦେବବ୍ରତ ଜେନା, ସହକାରୀ ଶିକ୍ଷକ, ଭୋଗରାଇ, ବାଲେଶ୍ୱର
ରଙ୍କ ରତନ - ଦେବବ୍ରତ ଜେନା
August 07, 2018
0
