ରଖିବାକୁ ମାଆ ମାଟି ସମ୍ମାନ
ଦେଇ ପାରୁ ହସି ହସି ଜୀବନ
ନେଇ ବି ପାରୁ ଶତ୍ରୁ ପରାଣ
ନାଁ ମୋର ବୀର ଯବାନ....
ଦେଶ ହେଉକି ହେଉ ରୁକ୍ମଣୀ
ଦୁର୍ଘଟଣା ଅବା ବନ୍ୟା ପାଣି
କେବେ ଦେବ ଦୂତ କେବେ ପୁଣି ମିତ
ଆବଶ୍ୟକତା କୁ ପରଖି ଜାଣି...
କରାପୁଟ ଅବା ମାଲକାନଗିରି
କାଶ୍ମୀର ସୀମା କାର୍ଗିଲ ଉରୀ
ମାରିବୁ ମରିବୁ ଗୋଟିଏ କଥା
ଲଢ଼ିବୁ ଛାତିରେ ସାହସ ଧରି...
ଯେବେଠୁଁ ପିନ୍ଧିଛି ସେନା ପୋଷାକ
ହାତରେ ଧରିଛି ମୁଁ ଏଇ ବନ୍ଧୁକ
ଶପଥ ନେଇଛି ମାଆ ମାଟି ଛୁଇଁ
ରଖିବି ନିଶ୍ଚୟ ତାହାରି ଟେକ...
ମାଆ ମମତାକୁ ଦେହରେ ମାଖି
ମୃତ୍ୟୁର ସୁଆଦ ପାଟିରେ ଚାଖି
ତ୍ରିରଙ୍ଗା ପତାକା ହାତରେ ଧରି
ଚାଲିଛି ଚାଲିବି ଆଗକୁ ଦେଖି...
ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ, ମୋ- 9937046998*
ମୁଁ ବୀର ଯବାନ - ଗୋପାଳ ଚନ୍ଦ୍ର ସାଓ
August 13, 2018
0
