ମା' ର ଛାତି ରୁ ଅମୃତ ପିଇକି
ଏଡିକି ରୁ ଏଡ଼େ ହେଲୁ ରେ ପିଲା,
କେମିତି ରେ ତୋତେ ଧରମ ସହିବ
ସେଇ ମା'କୁ ତୁ ରଖୁ ଭୋକିଲା ।।
ବାପା ଠାରୁ ଯେବେ ମାଡ଼ ଖାଉଥିଲୁ
ସିଏ କହୁଥିଲା ମୋ ପୁଅ କୁ ଛାଡ଼,
ଏତେ ବଡ଼ ଆଜି ହେଇ ଗଲୁ ତୁ'ରେ
ଜନମ ଦାତ୍ରୀ କୁ ମାରୁଛୁ ମାଡ଼ ।।
ଗରଭୁ ତୋ'ର ଗୋଇଠା ଖାଇଛି
ଆଜି ର ମାଡ଼ ବି ଯିବ ସେ ସହି,
ଏତିକି କେବଳ ଦେଖିବାକୁ ବାକି
କେତେ ଯେ ଅବସ୍ଥା ହବୁ ରେ ତୁହି ।।
