ଅଜଣା ଠିକଣା ତା'ର
ଯାଏ ଉଡି ଉଡି,
ଦୁନିଆଁ ଦୁଆରେ ଦର
ଯାଇଛି ଉଜୁଡି ।
କଳ୍ପନା ବିରତ ହିଆ
ଆଦରିଛି ଦୈବ,
ବିସ୍ରସ୍ତ ଜୀବନ ପଝା
ଦଂଶୁଅଛି ଉାବ ।
ଟଳମଳ କମ୍ପ୍ରି କାୟା
କାଟୁଛି ଚକ୍କର,
ସ୍ବଦେହ ବଇରୀ ଧକ୍କା
ନାଶିଯାଏ ଶିର ।
କାଳ ନିର୍ଣାୟକ ପଘା
ବାନ୍ଧିବ ବିସ୍ତାର,
ଭୂଖଣ୍ଡ ଅବା ମୁକୁଟ ଶୋଭା
ପାଇଯିବ ପର !
ଏ ଉଡନ୍ତା ପର ।
ପ୍ରଶାନ୍ତ ସାହୁ
ଉଡ଼ନ୍ତା ପର - ପ୍ରଶାନ୍ତ କୁମାର ସାହୁ
July 25, 2018
0
