ସେ ପାଦେ ଗଲି ଶରଣ - ଘନଶ୍ୟାମ ସାହୁ

0
ଯମୁନା ତୁ ନ ଯା ସଖି ଏକା ଏକା
ଆଲୋ ରାଧିକା
ଜଗି ବସିଛି ସେ କାହ୍ନୁ ବଇଁଶୀ ଫୁଙ୍କା ।୦।
ଦେଖି ତା ବାଙ୍କ ଚାହାଣୀ
ମରମ ହେଉଛି ହାଣି
ଯମୁନା ବହେ ଉଜାଣି ହୃଦେ ମୋ ଶଙ୍କା ।।୨।
ହଟିଆ ସେ ନଟବର
ଲୁଚି କରିବ ହୁନ୍ଦର
ହଟହଟା ହେବୁ ମିଛେ ପାଇବୁ ଦକା ।।୩।
ଏ ବେଳେ ଶୁଭିଲା ସ୍ୱନ
ମଧୁର ମୂରଲୀ ତାନ
ଅପଲକ ନେତ୍ରେ ଚାହିଁ ରହେ ରାଧିକା ।। ୪।
ରାଧାକୃଷ୍ଣ ନୁହେଁ ଭିନ୍ନ
ସେ ପାଦେ ଗଲି ଶରଣ
ମୋ ଜୀବନ ପଥେ ସେହି ସାହା ତ ଏକା ।।୫।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା- ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ଼୍- ୭୫୯୧୨୭

Post a Comment

0Comments
Post a Comment (0)