ଏ ଶବ୍ଦର ଅନେକ ଅର୍ଥ, ପାଟିକୁ ପିତା ଲାଗୁ ଥିବା
କଲରା, ଲିମ୍ବ, ଚିରେଇତା, ଏସବୁ ପାଟିକୁ ପିତା
ଦେହପାଈଁ କିନ୍ତୁ ହିତା ।।
ପିତା ଅନ୍ୟ ଏକ ଶବ୍ଦ
ତାହାର ଅର୍ଥ ଦେବତା ଙ୍କ ଠାରୁ ଉର୍ଦ୍ଧ
ସମାନ ନୁହଇଁ ସ୍ବର୍ଗ, ଧର୍ମ ତାର ଅନ୍ୟ ଏକ ଅର୍ଥ
ପରମ ତପ ର ଅର୍ଥ ପିତା ।।
ଜନ୍ମଦାତା ବାପା ଙ୍କୁ କୁହାଯାଏ ପିତା
ସଂସାର ସମୁଦ୍ର ଜୀବନ ତରୀ ର କାତ
ମୁଣ୍ଡ ଉପରେ ଥିବା ଆଶିର୍ବାଦ ର ଛାତ
ଅନ୍ଧାରୁଆ ରାସ୍ତାର ଆଲୋକ ବର୍ତ୍ତିକା
ବରଗଛ ଛାଇ ସମ ଛାୟାଦାତା ପିତା ।।
ଆଦର୍ଶ ଜୀବନ ବିତାଇବା ର ପଥ
ଉପରକୁ ମୁଣ୍ଡଟେକି ଚାଲିବାର ବାଟ
ସୁଖ, ସୈାଭାଗ୍ୟ ଓ ଆଦର୍ଶ ର କଥା
ସିଖାଇଥିବା, ଜୀବନ୍ତ ଦେବତା ସେ ପିତା ।।
ଭଲ ରେ ମନ୍ଦ ରେ ଆକଟ କରୁଥିବା ମଣିଷ
କଡ଼ାନଜର ରେ ନଜରବନ୍ଦିକରି ରଖିଥିବା ପରୁଷ
କୁତ୍ରିମ ରାଗରେ କହୁଥିବା ବିରକ୍ତି ର କଥା
ଅପତ୍ୟ ସ୍ନେହର ଗନ୍ତାଘର ସେ ହିଁ ପିତା ।।
ଯାହାଙ୍କର ନାମେ ଥାଏ ମୋର ପରିଚୟ
ଯାହାଙ୍କ ଆଶିଷେ ସବୁ କ୍ଷେତ୍ରରେ ମିଳେ ଜୟ
ସଂସାର ର ଗତି ମୁକ୍ତି ପ୍ରାଣଦାତା ପିତା,
ସେହି ଏ ଜୀବନ ଦାତା ଜୀବନ୍ତ ଦେବତା ।।
ମଙ୍ଗଳାଯୋଡି, ଖୋରଧା
