ଅତୀତର ସେଇଦିନ,
ରଜ ପରବରେ ଝୁଲିଣ ଦୋଳିରେ
ଖାଉଥିଲେ ଖିଲିପାନ ।
ଖେଳୁଥିଲେ ଦୁହେଁ ପରସ୍ପର ସ୍ନେହେ
ମମତା ରଜ୍ଜୁରେ ବାନ୍ଧି,
ନଥିଲା ଛଳନା ଅବା ଦୁର୍ଭାବନା
ଅକପଟ ପ୍ରେମେ ବନ୍ଦୀ ।
ମାନ ଅଭିମାନେ ରୁଷିଲେ ଗୁମାନେ
କ୍ଷଣସ୍ଥାୟୀ ମାତ୍ର ଥିଲା,
ଭାବି ସେଇ କଥା ହୃଦ ହୁଏ ବ୍ୟଥା
କି ଆନନ୍ଦେ କଟୁଥିଲା ।
ଜୀବନ ଜଞ୍ଜାଳେ ଜୀବିକା ର ଛଳେ
ଭୁଲିଗଲେ ସେଇ ସ୍ମୃତି,
ଆଉକି ଆସିବ ମଜା ମଉଚ୍ଛବ
ଲଭିବାକି ପୂର୍ବ ଶାନ୍ତି ।
ସୋମପେଟା, ଆନ୍ଧ୍ରପ୍ରଦେଶ
