ଟିଟିଲାଗଡ଼ ନୁହେଁ ତତଲାଗଡ଼ ଇଏ
ଏଠି ଅପ୍ରିଲ ପହିଲାରେ ହିଁ
ଆରମ୍ଭ ହୋଇଯାଏ ସବୁକିଛି
ଏକଦମ୍ ଯୁଦ୍ଧକାଳୀନ ଭିତ୍ତିରେ
ପ୍ରତି ଖବରକାଗଜ ପୃଷ୍ଠାରେ,
ପ୍ରତି ଟିଭି ଚ୍ୟାନେଲ୍ ରେ
ଦୁଃଖ ଗୋଟେ ହେଲେ ଭିନ୍ନ ଭିନ୍ନ ଶୀର୍ଷକ
"ତତଲା-ତାୱାରେ-ଟିଟିଲାଗଡ" ପରି ଅନେକ ।
ବିଚ୍ଛେଦ ପ୍ରେମ ଠୁ ମଧ୍ୟ ଅସହ୍ୟ ତାତି
ତମାମ୍ ଦିନ ଯାକ, ତା'ସାଥେ ସାଥେ ସାରା ରାତି
କୁମୁଡା ପାର୍ଶ୍ୱରୁ ଧାଇଁଆସୁଥାଏ ନିତିଦିନିଆ ବର୍ଷା
ହଁ... ସେ ଓଜନ ନଥିବା ହାଲୁକା ଝାଞ୍ଜିର ବର୍ଷା ।
ଯିଏକି ସେକେଣ୍ଡ ସେକେଣ୍ଡରେ ଜାହିର୍ କରେ ତୃଷ୍ନାର ଆବଶ୍ୟକତାକୁ
ତା'ପାଇଁ ତ ଏତେ ସାଜସଜ୍ଜା
ଯଦିବା ନିର୍ବାଚନୀ ସଭା ପରି ରଙ୍ଗାରଙ୍ଗ ନୁହେଁ
ତଥାପି;
ରାସ୍ତା କଢେ କଢେ, ଛକ ସ୍ଥାନ ମାନଙ୍କରେ, ବୃଦ୍ଧ ବରଗଛ ମୂଳେ ମୂଳେ
କାଟିକୁଟା ନିର୍ମିତ କ୍ଷଣସ୍ଥାୟୀ କୁଡ଼ିଆ ଗୋଟେ ଗୋଟେ
ତା' ଭିତରେ ବିଧବା ହେଉବା ଅର୍ଦ୍ଧଶତ ବୟସର ବୃଦ୍ଧାଟେ
ତା ହାତ ପାହାନ୍ତାରେ ଦୁଇ କି ତିନି ମାଠିଆ, ତା'ସାଥେ କେତେ ଗ୍ଲାସ
ବାସ୍ ଏତିକିରେ ଯଥେଷ୍ଟ ।
ଦିନ ତମାମ୍ ଦେଉଚାଲୁଥିବ ସେ ବୃଦ୍ଧା ଜଣକ
ସହ୍ୟ କରି ଟିଟିଲାଗଡ଼ର ତତଲାଗଡ଼ ରୂପକୁ
ଶତ ଶତ ତୃଷାର୍ତ୍ତ ବାଟୋଇକୁ
ମାଠିଆ ମଧ୍ୟରୁ ଗ୍ଲାସ୍ ଗ୍ଲାସ୍ ଜଳ
ଜଳ ନୁହେଁ ସତରେ ତାଙ୍କ' ଜୀବନ ।
ନିଜ ଜୀବନର ସାୟାନ୍ନ ରେ ଅନ୍ୟକୁ ଜୀବନ ବାଣ୍ଟିବା
ଏହା କଣ ସାଧାରଣ ସେବା ?
ତା' ବୋଲି ଆଜି ମୋର୍ ଏ ଲେଖା
ଶୁଣିବେ, ଭାବିବେ, ବୁଝିବେ ଜନସାଧାରଣ ସହ ସରକାର୍
ଜଳଛତ୍ର" ପରିବର୍ତ୍ତେ ଜୀବନଛତ୍ର" ଆମକୁ ଦରକାର୍ ।
ବଲବନ୍ତ ସାହୁ, ଭୂଷଲର୍ଡ, ସିନ୍ଧେକେଲା, ବଲାଙ୍ଗୀର
ମୋ- 9078105234
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.