ମନ୍ଦ ମନ୍ଦ ହସି ମଧୂ ମନ୍ଦାକିନୀ
ମନ୍ଥର ଗତିରେ ଭାସି,
ମନ ମୋର ମୋହି ମଧୁର କଥାରେ
ମତୁଆଲା କଲ ବେଶୀ,,।।
ମନଲୋଭା ବେଶେ ମନୋଇ ସରସୀ
ମତାଇଲ ତୁମେ ଯେତେ,
ମହୁଲି ନିଶାଟା ମଞ୍ଜୁଳ ଆଖିରୁ
ମାଦକ ଭରିଲା ସେତେ,,।।
ମହୁଆ ସଞ୍ଜରେ ମଜିଲି ପ୍ରିତୀରେ
ମାନିଲାନି ମନ କିଛି,
ମହମହ ବାସ୍ନା ମହକେଇ ଦେଇ
ମତେ କଲା ମହୁମାଛି ,,।।
ଏମ୍.ତେନ୍ତୁଳିଆ, ପୋଲସରା,ଗଞ୍ଜାମ
