ଆଙ୍କିଦିଏ ଯେଉଁ ଛବି
ଲିଭେ ନାହିଁ କେବେ ମାନସ ପଟରୁ
ଯାଏ ନାହିଁ କେବେ ହଜି !!
କବି ଭାବନାରେ ପାଷାଣ ଜୀବିତ
ମରୁ ଦେହେ ବାରି ବହେ
ବିନା ବତାସରେ ଅଦିନେ ଆକାଶେ
ସମୀର ବି କଥା କହେ !!
କବିଟିଏ ଯିଏ କରେ ନାହିଁ କେବେ
ଅଶ୍ଳୀଳ ଭାଷା ଇଙ୍ଗିତ
କବି ବଦଳାଏ ସାମାଜିକ ରୀତି
ନରଖି ଭାବ ସଙ୍କୋଚ !!
କବି ମନ ପରା ସୁପ୍ତ ଶାମୁକାରେ
ସାଇତି ରଖେ ମୁକୁତା
କବି ସପନରେ ଆନମନା ହୋଇ
ହୁଏ ସେ ଜଗତଜିତା !!
କବି ଯଦି ଲେଖି ସୁଧାରି ଦେଉଛି
ଅସଜଡା ରାଜନୀତି
କୁହ ବନ୍ଧୁ ତମେ କେମିତି କବି ହେ
କରେ କି ଆଜି ଅନୀତି !!
ଶବ୍ଦ ପୁଞ୍ଜ ସାଥେ ନିତି ଖେଳୁଥାଏ
କବି ଭାବନାରେ ଭିଜି
ଲଭେ ନାହିଁ କେବେ ଶାନ୍ତିର ପ୍ରକୋଷ୍ଠ
ସପନ ରାଇଜେ ହଜି !!
ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ,ଗଞ୍ଜାମ
