ଅଭିନୟ ତୁମ ନିଖୁଣ ।
କାହାଣୀ ତୁମେ ପରିଧି ସ୍ୱପ୍ନର,
ସତେ କି ବତାସୀ ସମ ।
ଇପ୍ସିତ ଇଙ୍ଗିତେ ଲବ୍ଧ ହୁଏନି,
ଏକ ଅମୃତ ତୃଷ୍ନା ।
ଆଖି ଇସାରା ରେ ଦୁନିଆ ନାଚଇ,
ତୁମେ ସେ କାଉଁରୀ କନ୍ୟା ।
ସରଳ ନୁଁହଇ ସମ୍ପର୍କ ସଂଯୋଗ,
ଦେଇ ହୃଦୟକୁ ଦାନ ।
ପ୍ରତିଦାନେ ଯଦି ବିଶ୍ୱାସ ନଥିବ,
ସେ ସମ୍ପର୍କକୁ କେଉଁ ନାମ?
ବୋଧହୁଏ ତୁମ ମଧୁର ଆଳାପ,
ଲକ୍ଷେ ମନରେ ଆଦୃତ ।
ଏକାନ୍ତ ସ୍ୱପ୍ନ ରେ ସ୍ୱପ୍ନା କି ହୋଇବ?
ହୋଇ ନିଦ୍ରାରୁ ଲକ୍ଷଚ୍ୟୁତ ।
ତୁମେ ଶୀର୍ଷ ଆସନ ସବୁ ସମୟର,
ସୃଷ୍ଟିରୁ ସମ୍ପର୍କ ଯାଏ ।
ଫରକ ପଡେନି ମୋ ଯୁଗ ଯନ୍ତ୍ରଣା,
ମୁଁ ମିଛେ ଖାଲି ଝୁରିମରେ ।
ଯଦି ମୋ ଜୀବନ ତୁମ ନାମେ ନୁଁହ,
ଦିଅ ମୋତେ ମହାଶିକ୍ଷା ।
ସ୍ୱପ୍ନା ଗୋ ତୁମେ ସପନେ ଆସି ।
ଦିଅ ମୃତ୍ୟୁ ର ଭିକ୍ଷା ।
ଲିଭିଯାଉ ମୋର ଜୀବନ ପ୍ରଦୀପ,
ତୁମ ବିନା କାହିଁ ଜଳିବ ।
ବଞ୍ଚେ କି ମରେ ତୁମରି ପ୍ରେମରେ,
ତୁମେ କି ସେ କଥା ବ ?
ସୀମାଞ୍ଚଳ ରଣା, କୁର୍ତ୍ତମଗଡ଼
