ଶ୍ରୀ କଳ୍ପବଟ - ଇଂ ଦୀପ୍ତି ରଞ୍ଜନ ପଣ୍ଡା

0
ଇଂ ଦୀପ୍ତି ରଞ୍ଜନ ପଣ୍ଡା
ନିର୍ବାହୀ ଯନ୍ତ୍ରୀ, ଜଳସମ୍ପଦ ବିଭାଗ
ବାସ : ଆଇଗିଣିଆ, ଭୁବନେଶ୍ଵର

ଶିରୀକ୍ଷେତ୍ରେ ଧାମେ ଅଛି ଯେତେ ତୁମ
ଶ୍ରୀମନ୍ଦିର କଳ୍ପବଟ ସବୁଠୁ ପ୍ରାଚୀନ ॥୧॥
ଧ୍ଵଂସ ହୁଏ ନାହିଁ ଏହା ମହାପ୍ରଳୟରେ
ଆଶ୍ରିତ ପତ୍ରରେ ବିଷ୍ଣୁ ଶିଶୁର ରୂପରେ ॥୨॥
ସତ୍ୟଯୁଗେ ଥିଲା ଏହା ଇନ୍ଦ୍ରଙ୍କ ସ୍ଵର୍ଗରେ
ତ୍ରେତୟାରେ ଅବସ୍ଥିଲା ରାମ ଦରବାରେ ॥୩॥
ଦ୍ଵାପରରେ ରହିଥିଲା ସତ୍ୟଭାମାପୁରେ
କଳିରେ ବିରାଜିଅଛି ପୁରୀ ଶ୍ରୀମନ୍ଦିରେ ॥୪॥

କିମ୍ବଦନ୍ତୀ କହେ ଏହି ବୃକ୍ଷର ମୂଳରେ
ପୂଜିତ ଶ୍ରୀବିଷ୍ଣୁ ନୀଳମାଧବ ରୂପରେ ॥୫॥
ପରମ ଭକତ ବିଶ୍ଵାବସୁ ସେ ଶବର
କରୁଥିଲା ପୂଜା ନିତ୍ୟ ମହାପ୍ରଭୁଙ୍କର ॥୬॥
ମାନସିକ କରି ଯିଏ ବାନ୍ଧେ ବୃକ୍ଷେ କନା
ପୂର୍ଣ୍ଣ ହୋଇଥାଏ ନିଶ୍ଚେ ତା ମନୋକାମନା ॥୭॥
ସମସ୍ତଙ୍କ ମନୋବାଞ୍ଛା କରଇ ପୂରଣ
କଳ୍ପବଟ ନାମ ତେଣୁ କରିଛି ଧାରଣ ॥୮॥

Post a Comment

0Comments
Post a Comment (0)