
ଭୂଷଲାର୍ଡ଼, ସିନ୍ଧେକେଲା, ବଲାଙ୍ଗୀର, ଓଡ଼ିଶା
ଦୂରଭାଷ: ୯୦୭୮୧୦୫୨୩୪
ଆଭିର୍ଭାବ ହୋଇ ଆସୁଛୁ ବୋଲି ତୁ
କହୁଛି ହୃଦୟୁ ମାତ
ମୁଁ ବା କିଏ ଯେ ? ତୋ ବିରୁଦ୍ଧରେ
କରିବି ବା ଅଭିଯୋଗ ।
କୃପାଦୃଷ୍ଟି ତୋର ବର୍ଷୁଛି ବୋଲି ମାଆ
ଶକ୍ତ ମୋ ଲେଖନୀ ଆଜି
କେତେ ହୃଦୟର ଅକୁହା ବ୍ୟଥାକୁ
ଆଙ୍କି ଦିଏ ପ୍ରତିଛବି ।
ଯଦିବା ଡାକେ ମୁଁ ପ୍ରତି ପ୍ରତ୍ୟୁଷରେ
ରବି ପ୍ରଦୀପକୁ ଜାଳି
ଆଶା ଆକାଂକ୍ଷା କୁ ଭିକ୍ଷାଥାଳେ ରଖି
କରିଥାଏ କେତେ ଅଳି ।
ହେଲେ..
ଡାକୁ ନାହିଁ ଆଜି ମୋ ପାଇଁ ମୁଁ
ଘେନ ବାରେ ମୋ ପ୍ରଣତି
ଜ୍ଞାନ ପ୍ରଦୀପ ପ୍ରଜ୍ଜ୍ଵଳିତ କରି
ତମାସର କର ଇତି ।
ତୋ ଆଶିଷରେ ପ୍ରଫେସର ଯେ
ମାନବିକତା ତା' ନାହିଁ
ଜନ୍ମଦାତ୍ରୀ ମାଆକୁ ମାରୁଛି ସେ
ମିଛ ଆଶ୍ୱାସନା ଦେଇ ।
ସମାଜ ଦୃଷ୍ଟିରେ ନମ୍ର ଭଦ୍ର ଯେ
ମଣିଷପଣିଆ ହୀନ
ଭୋକିଲା ଉଦରୁ ଦାନା କାଢ଼ି ସେ
ସୁଖ ନିଦ୍ରାରେ ତା' ମନ ।
ବିଦ୍ୟା ବୁଦ୍ଧି ଦାତ୍ରୀ ମାଗୋ ସ୍ୱରସତୀ
ଦୟିନୀ ତୋ ପୟ ତଳେ
ମଣିଷପଣିଆ, ବିବେକ, ବୁଦ୍ଧି ତୁ
ଭରିଦେ ପ୍ରତି ହୃଦୟେ ।
ଆସୁଛୁ ବୋଲି କହୁଛି ମୁଁ
ମାଆ ଗୋ ସ୍ୱରସତୀ
ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ଵଳିତ କରି
ତମସାର କର ଇତି ।
0 Comments
You can write now your valuable comments here. Off-topic comments may be removed or deleted without prior notice.