କଙ୍କାଳ କୋଠିର ଲାଲ ବାଦଶାହ

0
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ଵର, କାକଟପୁର, ପୁରୀ

ଚୋରା ଚାହାଁଣୀରେ ଯେଉଁଦିନ ତୁମେ
ନେଇଗଲ ଏଇ ହୃଦୟ ଲୁଟି
ପଳ ପଳ କାଟି ସ୍ମୃତିକୁ ସାଥି ମୁଁ
ଗଢ଼ିଛି କବିତା କଙ୍କାଳ କୋଠି,
ପୋଷାଏ ଲୁହରେ ଓଠକୁ ଭିଜାଇ
ସପନକୁ ଦେଇ ଅଶାର ଭେଟି
ନିଭୃତ ରାତିରେ ଆସର ବସାଇ
ନିତି ରଚୁଥାଏ ଶୂନ୍ୟ ଚଉଠି,
ଅନ୍ଧାର ଆଡେଇ ଖୋଜି ହେଉଥାଏ
ତୁମେ ଦେଇ ଥିବା ପୁରୁଣା ଚିଠି
ଯେଉଁ ଚିଠି ତୁମେ କେବେବି ଲେଖିନ
ନିତି ପଢେ ତାକୁ ରାତିରେ ଉଠି,
ଆଜିବି ସାଇତା ସେଇଦିନୁ ତୁମ
ସଜଳ ଆଖିର କଜଳ ଚିଠି
ଜହ୍ନ ବୁଡ଼ିଗଲେ ନିତି ପଢିବସେ
କିଛି ଲୁହ କିଛି ହସ କୁ ଫେଣ୍ଟି,
କବିତା କଂକାଳେ ଅତସୀ କୁସୁମ
ଝୁଲାଇ ଭୁଲାଇ ନିଜକୁ ଏଠି
(ମୁଁ ) କଙ୍କାଳ କୋଠି ର ଲାଲ୍ ବାଦଶାହ୍
ନିତି ରଚୁଥାଏ ଶୂନ୍ୟ ଚଉଠି ॥

Post a Comment

0Comments
Post a Comment (0)