ଦେଖୁ ଗୋଟେ ସ୍ଵପ୍ନ

0

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼, ପିନ-୭୬୭୦୩୫
ଦୂରଭାଷ- ୯୦୭୮୧୦୫୨୩୪


ସ୍ବପ୍ନ.. ସ୍ବପ୍ନ...
ଭିଡ଼ ଏଠି ସ୍ୱପ୍ନର
କି ଖୁସି ସେଥିରେ ,କି ଆନନ୍ଦ
କି ହରଷ, କି ଉଲ୍ଲାସ
ଭଙ୍ଗା କୁଡ଼ିଆରେ ସାଙ୍ଗେ ସାଙ୍ଗେ
ଆଭିର୍ଭାଵ ହୁଏ ଚନ୍ଦ୍ର ସୂର୍ଯ୍ୟର ଆଲୁଅ
ପୁଣି ଉଭା ହୁଅନ୍ତି ଏଠି ସ୍ୱଂ ଇନ୍ଦ୍ର
ନା ଥାଏ ଛାତର ଅଭାବ ନା ଅଭାବ ଥାଏ
ବାତାନୁକୁଳିତ ପରିବେଶର
ନା ଅଭାବ ରହିଯାଏ ଧନରତ୍ନର
ଏଠିତ ଆକାଶ ହିଁ ସାଜେ ଛାତ
ପୁଣି ମନ୍ଦ ମଳୟର ଏଠି କୁଟୀର
ତା ସାଥେ ସାଥେ କୁବେରଙ୍କ ଶୋଭା
ହେଉନା ନାହିଁ ପୂରଣ
ମିଲୁ ଟିକେ ସେଇ ଖୁସି
ମିଲୁ ଟିକେ ସେଇ ଶାନ୍ତି
ପାଉକିଛି ଖୁସିରେ ବଞ୍ଚିବାର ଅଭିଜ୍ଞତା
ଏ ପରା ଲୋ ସ୍ବପ୍ନ ।
ଉଠାନା ଉଠାନା
ନହେଲେ ଭାଙ୍ଗିଯିବ ସବୁ
ଅଦିନିଆ ଝଡ଼ରେ ବାଲିଘର ପରି
ଉଠାନା ଉଠାନା ଦେଖୁ ସେ
ଦେଖୁ ଗୋଟେ ସ୍ବପ୍ନ ।

Post a Comment

0Comments
Post a Comment (0)