ମହାଗାଲୁଆ ସନୁ
ରାୟଗଡା, ଗୁଣପୁର
ଇ-ମେଲ: skmahanty98@gmail.com
ଗୁଣର ଗୁଣିତକକୁ ବୁଝାଇ ପରେ
ଗାୟତ୍ରୀର ପବିତ୍ର ଧ୍ୱନୀରୁ ଉପରେ,
ଗନ୍ଧର୍ବ ଆଉ କିନ୍ନର ଯା'ପଦ ଚିନ୍ତନ୍ତି,
ଗୁରୁ ବୋଲି ତାକୁ ସଭିଏଁ ମାନନ୍ତି,
ଗୁଣାତ୍ମକ କର୍ମକୁ ସଗୁଣ କରାଇ,
ଗର୍ବ କରିବାକୁ କର୍ମେ ଯେହୁ ଶିଖାଇ,
ଗଞ୍ଜନ କରି ସର୍ବ ଚିନ୍ତା ଭ୍ରାନ୍ତି
ଗୁରୁ ବୋଲି ତାକୁ ସଭିଏଁ ମାନନ୍ତି,
ଗଜମୁର୍ଖ ବି ବୋଲଇ ପଣ୍ଡିତ,
ଗଣ୍ଡକୁ ଜଳାଶୟରେ କରିବା ଯେହୁ ଶକତ,
ଗମ୍ଭୀର ଠାଣିରେ ସବୁ ଶିଖାନ୍ତି,
ଗୁରୁ ବୋଲି ତାକୁ ସଭିଏଁ ମାନନ୍ତି,
ଗର୍ଭ ସମୟେ ମାତା ରେ ପ୍ରଥମ ଗୁରୁ,
ଗୁର୍ବ ପ୍ରଦାନେ ଶିକ୍ଷକ ଦ୍ଵିତୀୟ ମେରୁ,
ଗୁଣବତ୍ତାକୁ ଯେ ଗୁଣାନ କରନ୍ତି,
ଗୁରୁ ବୋଲି ତାକୁ ସଭିଏଁ ଜାଣନ୍ତି ।।
ଗୁରୁ
September 06, 2017
0
