ବର୍ଷା

0
ସନ୍ତୋଷ କୁମାର ମହାନ୍ତି
ରାୟଗଡା, ଓଡିଶା

ବୁନ୍ଦା ବୁନ୍ଦା ବାରି ଧାର ଆଜି,
ଧରା ଶାନ୍ତ କରେ ବିମୋହିତ ବୃକ୍ଷରାଜି,
ପ୍ରଚଣ୍ଡ ଗ୍ରୀଷ୍ମର ତାଡନା ରେ,
ଯେବେ ଅତିଷ୍ଠ ଜୀବ ଡହଳ ଏ ବେଳାରେ,
ଆବାହନ କରିଥିଲା ଏଇ ତୁମ ରୂପକୁ,
ଆଜି ମୌସୁମୀ ଗୋ ତୁମେ ପୁରା କଲ ଆଭାକୁ

ଆଗୋ ମୌସୁମୀ ତୁମରି ଆଗମନେ,
ଉତ୍ତେଜିତ ହୋଇ ମନ ପ୍ରସନେ,
ଅଗ୍ନି ଯେବେ ତେଜି ଉଠେ ସ୍ୱାହା ପାଇ,
ବିରହି ପ୍ରାଣ ଆଜି ନାଚି ଉଠେ ତୁମ କୁ ଛୁଇଁ,

ପ୍ରଣୟର ପ୍ରୀତି ପୁଲକିତ କରେ ଆଜି,
ତୁମ ଛିଟା ଛିଟା ବର୍ଷା ବୁନ୍ଦା,
ପୁଣି କାହା ପାଇଁ ପ୍ରଚଣ୍ଡ ବାରି ସାଜି,
ବିରହତାକୁ ମନେ ପକେଇ ଦିଏ ସେ ପ୍ରୀତି ବନ୍ଧା ॥

Post a Comment

0Comments
Post a Comment (0)